ମତ୍ସ୍ୟଚାଷ (Pisciculture)
ଭାରତ ଭଳି ଏକ ବିକାଶଶୀଳ ଦେଶରେ ପୁଷ୍ଟିସାର ଜାତୀୟ ଖାଦ୍ୟର ଚାହିଦା ଅଧିକ ଥିବାରୁ ମାଛକୁ ବହୁଳ ଭାବରେ ବ୍ୟବହାର କରାଯାଇଥାଏ । ଏହା ସହଜରେ ଓ ସୁଲଭ ଦରରେ ଉପଲବ୍ଧ ହୋଇଥାଏ । ପ୍ରାକୃତିକ ଜଳାଶୟରୁ ମିଳୁଥିବା ମାଛ ସମ୍ପଦ ଆମ ଚାହିଦା ପୂରଣ କରିବା ପାଇଁ ଯଥେଷ୍ଟ ନୁହେଁ । ତେଣୁ ମତ୍ସ୍ୟ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ରହିଛି । ଏହି ଉତ୍ପାଦନ ବୃଦ୍ଧି ନିମନ୍ତେ ଆବଦ୍ଧ ପୋଖରୀରେ ମାଛଚାଷ କରାଯାଇଥାଏ, ଯାହାକୁ ଆକ୍ଵାକଲ୍ଚର (Aquaculture) କୁହାଯାଏ । ମାଛଚାଷ, କୁକୁଡ଼ା ପାଳନ, ଗୋମହିଷାଦି ପାଳନ, ଘୁଷୁରି ପାଳନ ଇତ୍ୟାଦି ତୁଳନାରେ ଅଧିକ ଲାଭଦାୟକ ହୋଇଥାଏ ।
ମାଛ ସାଧାରଣତଃ ଦୁଇଟି ସ୍ଥାନରୁ ମିଳିଥାଏ:
- ମାଛଚାଷ ପୋଖରୀ
- ପ୍ରାକୃତିକ ଜଳାଶୟ (ପୋଖରୀ, ନଦୀ, ହ୍ରଦ, ସମୁଦ୍ର ଇତ୍ୟାଦି)
ଆମ ଦେଶରେ ମଧୁର ଜଳ ସମ୍ପଦ (ପୋଖରୀ, ନଦୀ, କେନାଲ, ହ୍ରଦ, ଜଳଭଣ୍ଡାର) ଏବଂ ଲବଣ ଜଳ ସମ୍ପଦ (ସମୁଦ୍ର, ମୁହାଣ, ଲବଣାକ୍ତ ହ୍ରଦ) ମାଛଚାଷ ପାଇଁ ଯଥେଷ୍ଟ ସୁଯୋଗ ଯୋଗାଇଥାଏ ।
ମତ୍ସ୍ୟ ଉତ୍ପାଦନ ବୃଦ୍ଧିର ଉପାୟ
-
ପ୍ରରୋଚିତ ପ୍ରଜନନ (Induced Breeding): ପ୍ରାକୃତିକ ଜଳାଶୟରୁ ସଂଗ୍ରହ କରାଯାଉଥିବା ମାଛ ଜାଆଁଳରେ ଅନେକ ଅଦରକାରୀ ମାଛ ମିଶ୍ରିତ ଅବସ୍ଥାରେ ରହିଥାଏ, ଯାହା ମାଛ ଉତ୍ପାଦନରେ ବାଧା ସୃଷ୍ଟି କରେ । ଏହି ଅସୁବିଧା ଦୂର କରିବା ପାଇଁ ଆଜିକାଲି ଆବଦ୍ଧ ପୋଖରୀରେ ମାଛମାନଙ୍କ ଶରୀରରେ ହର୍ମୋନ୍ ପ୍ରୟୋଗ କରି ପ୍ରରୋଚିତ ପ୍ରଜନନ ମାଧ୍ୟମରେ ଆବଶ୍ୟକ ମୁତାବକ ଶୁଦ୍ଧ ଜାଆଁଳ ସଂଗ୍ରହ କରିବା ସମ୍ଭବ ହୋଇପାରୁଛି ।
-
ଏକକ ମାଛଚାଷ (Monopisciculture): ଏହି ପଦ୍ଧତିରେ ଗୋଟିଏ ପ୍ରକାରର ମାଛକୁ ଆବଦ୍ଧ ପୋଖରୀରେ ଚାଷ କରାଯାଏ ।
-
ମିଶ୍ରିତ ମାଛଚାଷ (Composite Pisciculture): ଏହି ପଦ୍ଧତିରେ ବିଭିନ୍ନ ଜାତିର ମାଛକୁ ଏକାଠି ଗୋଟିଏ ଜଳାଶୟରେ ଚାଷ କରାଯାଇଥାଏ । ଏହା ଫଳରେ ମାଛମାନଙ୍କ ଭିତରେ ଖାଦ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କମ୍ ହୁଏ ଏବଂ ମାଛ ଉତ୍ପାଦନ ଅଧିକ ବଢ଼ିଥାଏ ।
ଉଦାହରଣ: ମିଶ୍ରିତ ମାଛଚାଷରେ ପ୍ରାୟ ପାଞ୍ଚ-ଛଅ ପ୍ରକାରର ମାଛ ଯେପରିକି ଭାକୁର, ରୋହି, ମିରିକାଳି, ବିଲାତିରୋହି, ସିଲଭର କାର୍ପ ଓ ଗ୍ରାସ୍ କାର୍ପ ଇତ୍ୟାଦିକୁ ଏକାଠି ଚାଷ କରାଯାଏ । ଏମାନଙ୍କର ଖାଦ୍ୟ ସଂଗ୍ରହର ସ୍ତର ଅଲଗା ଅଲଗା ହୋଇଥାଏ:
- ଭାକୁର: ଜଳର ଉପରସ୍ତରରୁ ଖାଦ୍ୟ ସଂଗ୍ରହ କରେ ।
- ରୋହି: ଜଳର ମଧ୍ୟସ୍ତରରୁ ଖାଦ୍ୟ ସଂଗ୍ରହ କରେ ।
- ମିରିକାଳି: ଜଳର ନିମ୍ନସ୍ତରରୁ ଖାଦ୍ୟ ସଂଗ୍ରହ କରେ ।
- ବିଦେଶୀ କାର୍ପ ଜାତୀୟ ମାଛ (ସିଲଭର କାର୍ପ, ଗ୍ରାସ୍ କାର୍ପ): ଦଳ ଓ ଶିଉଳୀକୁ ଖାଦ୍ୟରୂପେ ଗ୍ରହଣ କରନ୍ତି ।
ମିଶ୍ରିତ ମାଛଚାଷରେ ମାଛ ଜାଆଁଳ ସଂଗ୍ରହ ଏକ ମୁଖ୍ୟ ସମସ୍ୟା, କାରଣ ଅଧିକାଂଶ ମାଛ କେବଳ ବର୍ଷାର ଆରମ୍ଭରେ ହିଁ ଅଣ୍ଡା ଦେଇଥାଆନ୍ତି । ଚାଷଜମିରେ ଧାନଚାଷ ସହ ମାଛଚାଷ ମଧ୍ୟ କରାଯାଉଛି ।
ଅନ୍ୟାନ୍ୟ ପ୍ରାଣୀ ପାଳନ (Other Animal Rearing)
ପ୍ରାଣୀଜ ଖାଦ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନରେ ଉନ୍ନତ ଖାଦ୍ୟ, ବାସଗୃହ, ପ୍ରଜନନ ଓ ରୋଗ ନିରାକରଣ କରି ପଶୁସମ୍ପଦରୁ ଉତ୍ପାଦନ କରିବାକୁ ପଶୁପାଳନ କୁହାଯାଏ । ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ହେତୁ କ୍ଷୀର, ଅଣ୍ଡା, ମାଂସ ଆଦି ଖାଦ୍ୟପଦାର୍ଥର ଚାହିଦା ବଢ଼ିବାରେ ଲାଗିଛି ।
ଶାମୁକା ଜାତୀୟ ପ୍ରାଣୀ ଚାଷ (Mollusca Farming)
ଶାମୁକା, କଙ୍କଡ଼ା, ପ୍ଲଉଡ଼୍ୟ, ଅକ୍ଟୋପସ୍ ଇତ୍ୟାଦି ମୋଲୁସ୍କା ଜାତିର ଜୀବ ଖାଦ୍ୟ ପାଇଁ ବହୁମୂଲ୍ୟ ସମ୍ପଦ ଅଟନ୍ତି । ଏହି ଜଳାଶୟଗୁଡ଼ିକରେ ଚିଙ୍ଗୁଡ଼ି ଓ କଙ୍କଡ଼ା ଭଳି ଆର୍ଥ୍ରୋପଡ଼ା ଏବଂ ଗେଣ୍ଡା ଓ ଶାମୁକା ଭଳି ମୋଲୁସ୍କା ଜାତୀୟ ପ୍ରାଣୀ ମଧ୍ୟ ଉତ୍ପାଦନ କରାଯାଇଥାଏ । ଖାଦ୍ୟୋପଯୋଗୀ ଶାମୁକା ପ୍ରଜାତିଗୁଡ଼ିକ ହେଲା ମେରେଟ୍ରିନ୍, ଆରିକା ଫଳ, ଡୋନାକ୍ଵ, ସିରକା ଶିଳା, ଶୋଲେନ୍, କାରଡେୟି । କଟଲ୍ଫିସ୍ (ସେପିଆ ପ୍ରଜାତି), ସ୍କୁଲଡ୍ଃରୋଲିଗୋ ପ୍ରଜାତି ଏବଂ ଅକ୍ଟୋପସ୍ ସବୁ ଖାଦ୍ୟ ସମ୍ପଦ ଭାବେ ବ୍ୟବହାର କରାଯାଏ । ମୁକ୍ତା ଶାମୁକାର ବାଣିଜ୍ୟିକ ଗୁରୁତ୍ୱ ଅଛି ।
ମହୁମାଛ ପାଳନ (Bee-Keeping)
ମହୁ ଖାଦ୍ୟ ସହିତ ଔଷଧୀୟ ଗୁଣ ମଧ୍ୟ ରଖିଥାଏ । ତେଣୁ ବଜାରରେ ମହୁର ଚାହିଦା ଅଧିକ । ମହୁଚାଷରେ କମ୍ ଖର୍ଚ୍ଚରେ ଅଧିକ ଲାଭ ମିଳୁଥିବାରୁ ଚାଷୀଭାଇମାନେ ଏହାକୁ ଅତିରିକ୍ତ ଚାଷ ହିସାବରେ ଗ୍ରହଣ କରିଥାଆନ୍ତି । ମହୁଚାଷରୁ କେବଳ ମହୁ ନୁହେଁ, ମହୁଫେଣାରୁ ମିଳିଥିବା ମହମର ଔଷଧ ଶିଳ୍ପରେ ମଧ୍ୟ ଚାହିଦା ବେଶୀ । ବ୍ୟବସାୟିକ ମହୁଚାଷ ନିମନ୍ତେ ଆମ ଭାରତୀୟ ମହୁମାଛି ଅପେକ୍ଷା ଇଟାଲୀୟ ମହୁମାଛିମାନଙ୍କର ବ୍ୟବହାର ଅଧିକ । କାରଣ ସେମାନଙ୍କର ମହୁ ସଂଗ୍ରହ କରିବାର ଦକ୍ଷତା ଭାରତୀୟ ମହୁମାଛିଙ୍କଠାରୁ ଅଧିକ, ସେମାନେ ଅପେକ୍ଷାକୃତ କମ୍ ହିଂସ୍ର ପ୍ରକୃତିର ଏବଂ ଭଲ ବଂଶ ବିସ୍ତାର ମଧ୍ୟ କରିପାରିଥାନ୍ତି ।
ଉଦାହରଣ: ମହୁମାଛି ପାଳନରୁ ମହୁ ଏବଂ ମହମ ଉତ୍ପାଦନ କରାଯାଏ । ମହୁ ଖାଦ୍ୟ ଓ ଔଷଧ ଭାବେ ବ୍ୟବହୃତ ହୁଏ, ମହମ ଶିଳ୍ପରେ ଲାଗେ ।