ଅପରିମେୟ ସଂଖ୍ୟା (Irrational Numbers)
ଆମେ ପୂର୍ବରୁ ପରିମେୟ ସଂଖ୍ୟା ବିଷୟରେ ଜାଣିଛେ। ପରିମେୟ ସଂଖ୍ୟାଗୁଡ଼ିକୁ ଆକାରରେ ପ୍ରକାଶ କରିହୁଏ, ଯେଉଁଠାରେ ଓ ପୂର୍ଣ୍ଣସଂଖ୍ୟା ଏବଂ । ଏହି ସଂଖ୍ୟାଗୁଡ଼ିକର ଦଶମିକ ପ୍ରସାରଣ ସସୀମ (terminating) କିମ୍ବା ଅସୀମ ଓ ପୌନଃପୁନିକ (non-terminating and recurring) ହୋଇଥାଏ। ମାତ୍ର କିଛି ସଂଖ୍ୟା ଅଛନ୍ତି ଯାହାକୁ ଏହି ଆକାରରେ ପ୍ରକାଶ କରିହୁଏ ନାହିଁ। ଏହି ସଂଖ୍ୟାଗୁଡ଼ିକୁ ଅପରିମେୟ ସଂଖ୍ୟା କୁହାଯାଏ।
ଅପରିମେୟ ସଂଖ୍ୟାଗୁଡ଼ିକର ଦଶମିକ ରୂପ ଅସୀମ (non-terminating) ଏବଂ ଅଣ-ପୌନଃପୁନିକ (non-recurring) ହୋଇଥାଏ।
ଉଦାହରଣ:
କେବଳ ବର୍ଗମୂଳ (ଯଥା: , , ) ଜରିଆରେ ଯେ ଅପରିମେୟ ସଂଖ୍ୟା ମିଳେ ତାହା ନୁହେଁ। ସମୀକରଣ , ଇତ୍ୟାଦି ସମାଧାନ କରି , ଇତ୍ୟାଦି ଅପରିମେୟ ସଂଖ୍ୟା ପାଇପାରିବା। ମନେରଖ, ଯଦି ଏକ ମୌଳିକ ସଂଖ୍ୟା ହୁଏ, ତେବେ ଏକ ଅପରିମେୟ ସଂଖ୍ୟା ହେବ।
ଉପପାଦ୍ୟ-1: ଏକ ପରିମେୟ ସଂଖ୍ୟା ନୁହେଁ।
(ବିରୋଧାଭାଷ ପଦ୍ଧତିର ପ୍ରୟୋଗରେ ପ୍ରମାଣ)
ପ୍ରମାଣ: ମନେକର, ଏକ ପରିମେୟ ସଂଖ୍ୟା। ତେଣୁ, (ଯେଉଁଠାରେ , ଏବଂ ଓ ମଧ୍ୟରେ ବ୍ୟତୀତ ଅନ୍ୟ କୌଣସି ସାଧାରଣ ଗୁଣନୀୟକ ନାହିଁ, ଅର୍ଥାତ୍ ଓ ପରସ୍ପର ମୌଳିକ)।
ଉଭୟ ପାର୍ଶ୍ୱର ବର୍ଗ ନେଲେ: (i)
(i) ରୁ, ଏକ ଯୁଗ୍ମ ସଂଖ୍ୟା। ଯଦି ଯୁଗ୍ମ, ତେବେ ମଧ୍ୟ ଏକ ଯୁଗ୍ମ ସଂଖ୍ୟା। ମନେକର (ଯେଉଁଠାରେ ଏକ ପୂର୍ଣ୍ଣସଂଖ୍ୟା)।
(i) ରେ ସ୍ଥାପନ କଲେ:
ଏଠାରୁ, ଏକ ଯୁଗ୍ମ ସଂଖ୍ୟା। ଯଦି ଯୁଗ୍ମ, ତେବେ ମଧ୍ୟ ଏକ ଯୁଗ୍ମ ସଂଖ୍ୟା।
ତେଣୁ, ଏବଂ ଉଭୟ ଯୁଗ୍ମ ସଂଖ୍ୟା। ଏହାର ଅର୍ଥ ଓ ମଧ୍ୟରେ ଏକ ସାଧାରଣ ଗୁଣନୀୟକ। ମାତ୍ର ଏହା ଆମର ପ୍ରାରମ୍ଭିକ ଧାରଣା ( ରେ ଓ ପରସ୍ପର ମୌଳିକ) ର ବିରୋଧାଭାଷ।
ଅତଏବ, ଆମର ପ୍ରାରମ୍ଭିକ ଧାରଣା ମିଥ୍ୟା। ତେଣୁ, ଏକ ପରିମେୟ ସଂଖ୍ୟା ନୁହେଁ, ବରଂ ଏକ ଅପରିମେୟ ସଂଖ୍ୟା।
ଅପରିମେୟ ସଂଖ୍ୟା (Pi)
ସଂଖ୍ୟା ସହ ତୁମେମାନେ ଜ୍ୟାମିତିରେ ପରିଚିତ। ଏହା ବୃତ୍ତ ସହ ଓତପ୍ରୋତ ଭାବେ ସମ୍ପର୍କିତ। ଏହାର ସଂଜ୍ଞା ହେଲା: ଯେକୌଣସି ବୃତ୍ତରେ ପରିଧି ଓ ବ୍ୟାସର ଦୈର୍ଘ୍ୟର ଅନୁପାତ ଏକ ଧୁବକ ସଂଖ୍ୟା, ଯାହାକୁ ଦ୍ୱାରା ସୂଚିତ କରାଯାଏ। ୧୭୬୧ ମସିହାରେ ଗଣିତଜ୍ଞ Lambert ପ୍ରମାଣ କରିଥିଲେ ଯେ ଏକ ଅପରିମେୟ ସଂଖ୍ୟା। ମନେରଖ, । ହେଉଛି ର ଏକ ଆସନ୍ନ ମୂଲ୍ୟ, ଯାହା ଦଶମିକର ଦୁଇ ସ୍ଥାନ ପର୍ଯ୍ୟନ୍ତ ଠିକ୍।
ବାସ୍ତବ ସଂଖ୍ୟା (Real Numbers)
ସମସ୍ତ ଅପରିମେୟ ସଂଖ୍ୟା ମାନଙ୍କ ସେଟ୍କୁ ସଂକେତ ଦ୍ୱାରା ଲେଖାଯାଏ। ସମସ୍ତ ପରିମେୟ ସଂଖ୍ୟା ସେଟ୍ ଓ ଅପରିମେୟ ସଂଖ୍ୟା ସେଟ୍ ର ସଂଯୋଗରୁ ଯେଉଁ ନୂତନ ସେଟ୍ ମିଳେ ତାହାକୁ ବାସ୍ତବ ସଂଖ୍ୟା ସେଟ୍ କୁହାଯାଏ ଓ ଏହି ସେଟ୍ର ସଂକେତ । ଅତଏବ । ଏଠାରେ ଏବଂ , ସେଟ୍ର ଗୋଟିଏ ଗୋଟିଏ ଉପସେଟ୍ ଅଟନ୍ତି। ମନେରଖ ଯେ, ।
ଉଦାହରଣ-6: ଦର୍ଶାଅ ଯେ, (i) (ii) ସଂଖ୍ୟା ଦ୍ୱୟ ଅପରିମେୟ।
ସମାଧାନ: (i) ମନେକର ଏକ ପରିମେୟ ସଂଖ୍ୟା। ସୁତରାଂ , ଯେଉଁଠାରେ ଓ । ଏଠାରେ ଏବଂ , ହେତୁ ଏକ ପରିମେୟ ସଂଖ୍ୟା। ସୁତରାଂ, ଏକ ପରିମେୟ ସଂଖ୍ୟା। ମାତ୍ର ଏହା ଉପପାଦ୍ୟ-1 ର ଏକ ବିରୋଧାଭାଷ। ଅତଏବ ଆମେ ଗ୍ରହଣ କରିଥିବା ତଥ୍ୟ ଏକ ପରିମେୟ ସଂଖ୍ୟା ଗ୍ରହଣୀୟ ନୁହେଁ। ଅର୍ଥାତ୍ ଏକ ଅପରିମେୟ ସଂଖ୍ୟା।
(ii) ମନେକର ଏକ ପରିମେୟ ସଂଖ୍ୟା ହେଉ। ତେଣୁ , ଯେଉଁଠାରେ ଓ । ଏଠାରେ ଏବଂ ହେତୁ ଏକ ପରିମେୟ ସଂଖ୍ୟା। ସୁତରାଂ ଏକ ପରିମେୟ ସଂଖ୍ୟା। ମାତ୍ର ଏହା ଗ୍ରହଣୀୟ ନୁହେଁ। ତେଣୁ ମଧ୍ୟ ଏକ ଅପରିମେୟ ସଂଖ୍ୟା।